
ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?
ଝିଅ – ହଁ, ଅଛନ୍ତି; କିଏ କହୁଛନ୍ତି ?
ପୁଅ – ତୋର ଭାଇ କହୁଛି ! ରହ ମୁଁ ଘରକୁ ଯାଏ…,ଆଜି ତୋ କଥା ବୁଝୁଛି…
ଆଉଦିନେ ଗୋଟିଏ ଅଜଣା କଲ୍:
ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?
ଝିଅ – ନା, ନାହାନ୍ତି; କିଏ କହୁଛନ୍ତି ?
ପୁଅ – ୟୁ ବ୍ରେକ ମାଇଁ ହାର୍ଟ, ମୁଁ ତୁମ ବୟଫ୍ରେଣ୍ଡ କହୁଛି ! ଆଉ ତୁମ ସହିତ ଜମା କଥା ହେବିନି…
ଝିଅ – ଆଇ ଆମ୍ ଭେରି ଭେରି ସରି ଡାର୍ଲିଂ, ଆଇ ଲଭ ୟୁ ! ମୁଁ ଭାବିଲି ଭାଇ କଲ୍ କରିଛନ୍ତି ବୋଲି !
ପୁଅ – ତୋର ଭାଇ ହିଁ କହୁଛି ! ରହ ମୁଁ ଘରକୁ ଯାଏ…,ଆଜି ତୋ କଥା ବୁଝୁଛି…
ପୁଣି ଦିନେ ଗୋଟିଏ ଅଜଣା କଲ୍:
ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?
ଝିଅ – କ’ଣ ଅଭଦ୍ର ଭଳି କଥା କହୁଛ…
ପୁଅ – ପ୍ଲିଜ୍, କୁଲ ଡାଉନ; ମୋତେ ତୁମର ହିତାକାଂକ୍ଷୀ ବୋଲି ଭାବିପାର । ତୁମ ବୟଫ୍ରେଣ୍ଡ ବର୍ତ୍ତମାନ ଗୋଟେ ଝିଅ ସହିତ ପାର୍କରେ ବସିଛନ୍ତି ।
ଝିଅ – ଓଃ ରିଏଲି… ମୁଁ ଏବେ ଯାଇ ଦେଖୁଛି, କିଏ ସେ ଛତରଖାଇ ଡାଆଣୀ ମୋ ବୟଫ୍ରେଣ୍ଡ ସହିତନସରପସର ହେଉଛି…!
ପୁଅ – ତୋର ଭାଇ କହୁଛି, ଘରୁ ଗୋଡ କାଢିଥିବୁ ତ ଦେଖିବୁ ! ମୁଁ ଘରକୁ ଯାଏ…, ଆଜି ତୋ କଥା ବୁଝୁଛି..